ରେଢ଼ାଖୋଲ ର ଐତିହ୍ୟ, ସଂସ୍କୃତି, ଲୋକ କଳା, ଲୋକ କଥା ଏବଂ ସନ୍ଥ କବି ଭୀମ ଭୋଇ

ରେଢାଖୋଲ ପଞ୍ଚଖଣ୍ଡା ଭୂଇଁ ରୂପେ ପରିଚିତ । କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ଛାଡ଼ି ଯାଇଥିଲେ ପାଞ୍ଚୋଟି ଖଣ୍ଡା ତାହା ବୀର ପଞ୍ଚଖଣ୍ଡା ଦେବତା । ରେଢାଖୋଲ ପଶ୍ଚିମ ଓଡିଶାର ପ୍ରବେଶ ପଥ ରୂପେ ପରିଚିତ । ବଣ ଜଙ୍ଗଲ ପାହାଡ ଘେରା ଅଞ୍ଚଳ । ରେଢ଼ାଖୋଲ ରାଜ୍ୟ ଗଡ଼ଜାତ ମିଶ୍ରଣ ପୂର୍ବରୁ ଏହାର ଉତ୍ତର ପୂର୍ବରେ ବାମଣ୍ଡା ରାଜ୍ୟ ଓ ପୂର୍ବରେ ପୂର୍ବତନ କଟକ ଜିଲ୍ଲାର ଅନୁଗୋଳ ସବଡିଭିଜନ, ପୂର୍ବ ଦକ୍ଷିଣରେ ଆଠମଲ୍ଲିକ, ଦକ୍ଷିଣ ଓ ପଶ୍ଚିମରେ ସୋନପୁର ଓ ସମ୍ବଲପୁର ରାଜ୍ୟ ଅବସ୍ଥିତ ଥିଲା ।

ରେଢ଼ାଖୋଲ ର ରାଜବଂଶ

୧୬ ଜଣ ରାଜା ରେଢ଼ାଖୋଲକୁ ଶାସନ କରିଥିଲେ ପାଟଣା ର ଚୌହାନ ବଂଶର ପ୍ରତିଷ୍ଠାତା ରମେଇଦେବ ନିଜ ରାଜ୍ୟରେ ମିଶାଇଥିଲେ । ସମ୍ବଲପୁର ରାଜ୍ୟ ପ୍ରତିଷ୍ଠା ହେବା ପୂର୍ବରୁ 1565 ଖ୍ରୀଷ୍ଟାବ୍ଦ ବେଳକୁ ବଣାଇ ର କଦମ୍ବ ବଂଶର ରାଜା ରେଢ଼ାଖୋଲ ର ପାଞ୍ଚଜଣ କନ୍ଧ ଓ ଗଣ୍ଡ ମାନଙ୍କୁ ପରାସ୍ତ କରି ରେଢ଼ାଖୋଲ ଅଧିକାର କଲେ ।

• କଦମ୍ବ ବଂଶର ଜଗଦୀଶ୍ୱର ଦେଓ ପ୍ରଥମେ ରେଢ଼ାଖୋଲ ରାଜ୍ୟ ପ୍ରତିଷ୍ଠା କଲେ । ତାଙ୍କ ପରେ ପାମ୍ପଡଦେବ ରାଜା ହେଲେ ତାଙ୍କ ପରେ ଝୁନ୍ତୁରୁଦେବ ରାଜା ହେଲେ କୁଞ୍ଜାମୁରା ଠାରେ ତାଙ୍କର ନୂତନ ଗଡ ନିର୍ମାଣ କରିଥିଲେ । ରାଜା ବଳିଆର ସିଂହ ବାମଣ୍ଡା ଅଧିକାର କରିବା ସହ ରେଢ଼ାଖୋଲକୁ ମଧ୍ୟ ସମ୍ବଲପୁର ରେ ମିଶାଇ ଥିଲେ ।

• ଭାଗିରଥି ଜେନାମଣି ସିଂହାସନ ଆରୋହଣ କରି ଅନୁଗୋଳ ଓ ଢେ଼ଙ୍କାନାଳ ଅଞ୍ଚଳରୁ ବ୍ରାହ୍ମଣ, ଚଷା, ସାରଥୀ ପାଣ ଇତ୍ୟାଦିକୁ ଆଣି ରେଢ଼ାଖୋଲ ରେ ବସାଇଥିଲେ ।

ରେଢ଼ାଖୋଲ ଲୋକ ମୁଖରୁ ଶୁଣିବାକୁ ମିଳେ:- “ରାଜା ଭାଗିରଥି, ବ୍ରାହ୍ମଣ ପଥିଚଷା ହାତୀ, କୁମ୍ଭାର ରଥି ପାଣ ସାରଥି ରେଢ଼ାଖୋଲ ରାଜ୍ୟ, କଲେ ଆଗତି”

• ଯୁବରାଜ ଗଦାଧର ଜେନାମଣିଙ୍କ ସମୟରେ ରେଢ଼ାଖୋଲ ରେ ବ୍ରାହ୍ମଣ ଧର୍ମ ର ଉନ୍ନତି ହୋଇଥିଲା ।

• ରାଜା ଛତ୍ରବିର ଜେନାମଣିଙ୍କ ସମୟରେ ମରହଟ୍ଟା ଆକ୍ରମଣ କରିଥିଲେ ରାଜା ନିଜର ରାଜଧାନୀ ଛାଡ଼ି ଖଲୋଗଡ ଜଙ୍ଗଲରେ ପାର୍ବତ୍ୟ ଦୁର୍ଗକୁ ରାଜଧାନୀ ସ୍ଥାନାନ୍ତରିତ କଲେ ।

• ନୀଳକଣ୍ଠ ଜେନାମଣି ନୂତନ ରାଜଧାନୀ ଖଲୋଗଡ ଠାରେ ଅଭିଷିକ୍ତ ହେଲେ । ଖୋଲଗଡର ନୀଳକଣ୍ଠେଶ୍ଵର ମନ୍ଦିର ରାଜା ନୀଳକଣ୍ଠ ଜେନାମଣିଙ୍କ କୀର୍ତ୍ତି ସେଠାରେ ଏକ ପୁଷ୍କରିଣୀ ମଧ୍ୟ ଖୋଳା ଯାଇଥିଲା ।

• ରାଜା ବୀର ବୁଢ଼ା ପୁରୁଣାଗଡ ଠାରେ ଅସ୍ଥାୟୀ ଗଡ ନିର୍ମିତ କରିଥିଲେ ।

• ରାଜା ଚନ୍ଦ୍ରଶେଖର ଜେନାମଣି ତାଙ୍କର ରାଜଧାନୀ ବର୍ତ୍ତମାନର ରେଢ଼ାଖୋଲ କୁ ସ୍ଥାନାନ୍ତର କରିଥିଲେ ଓ ରାମପୁର ଦୁର୍ଗ ନିର୍ମାଣ କଲେ ।

• ବିଷ୍ଣୁଚନ୍ଦ୍ର ଜେନାମଣି 1864 ଖ୍ରୀଷ୍ଟାବ୍ଦରେ ବର୍ତ୍ତମାନର ରାଜପ୍ରସାଦ ନିର୍ମାଣ କରିଥିଲେ ।

1867 ରେ ବ୍ରିଟିଶ ସରକାର ରେଢ଼ାଖୋଲ କୁ ସ୍ଵତନ୍ତ୍ର ସାମନ୍ତ ରାଜ୍ୟ ରୂପେ ସ୍ଵୀକୃତି ପ୍ରଦାନ କଲେ ।ବିରଚନ୍ଦ୍ର ଯଦୁମଣି ଦେବ ଜେନାମଣି ରେଢ଼ାଖୋଲ ର ସର୍ବଶେଷ ରାଜା ଥିଲେ ।ଦେଶ ସ୍ବାଧୀନ ପାଇବା ପରେ ରେଢ଼ାଖୋଲ ସମେତ 26 ଟି ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଭାବରେ ଓଡିଶା ପ୍ରଦେଶ ସହ ମିଶି ନଥିଲେ। ୧୯୪୮ ମସିହା ଜାନୁଆରୀ ମାସରେ ରେଢ଼ାଖୋଲ ରାଜ୍ୟ ସମ୍ବଲପୁର ଜିଲ୍ଲାର ଏକ ସବଡିଭିଜନ ରୂପେ ସବୁଦିନ ପାଇଁ ମିଶିଗଲା ।

ରେଢ଼ାଖୋଲ ଅଞ୍ଚଳରେ କନ୍ଧ, ଗଣ୍ଡ, କୋଲ୍ହ, ମୁଣ୍ଡା, କିଶାନ, ଚଷା, ବ୍ରାହ୍ମଣ, ପାଣ ସଂପ୍ରଦାୟର ଲୋକମାନେ ବସବାସ କରୁଥିଲେ ।

Redhakhol Art, Culture & Heritage

ରେଢ଼ାଖୋଲ ର ଲୋକକଳା

ପ୍ରାଚୀନ ଶିଳ୍ପକଳା :

ରେଢ଼ାଖୋଲ ର ଭୀମମଣ୍ଡଳୀ ଓ ଉଷାକୋଠୀ ଠାରେ ପ୍ରାଚୀନ ଶିଳ୍ପକଳା ଓ ଚିତ୍ରକଳା ଦେଖିବାକୁ ମିଳେ। ପ୍ରାଚୀନ ଶିଳାଲିପି: ବର୍ତ୍ତମାନ ର ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ ଭୀମମଣ୍ଡଳୀ ଠାରେ ପ୍ରତ୍ନତାତ୍ବିକ ଖନନ ମାଧ୍ୟମରେ ସେଠାରେ ୧୦,୦୦୦ ବର୍ଷ ତଳର ଇତିହାସ ରହିଥିବା ଜଣାପଡିଛି । ଭୀମମଣ୍ଡଳୀ ପାହାଡ଼ର ଗୁମ୍ଫାରେ ଧାଡ଼ି ଧାଡ଼ି ଅକ୍ଷର ଖୋଳା ହୋଇଥିବା ପରି ଦେଖାଯାଏ।ହସ୍ତକଳା: ରେଢ଼ାଖୋଲ ର ଗ୍ରାମ୍ୟ ଅଞ୍ଚଳରେ ସମ୍ବଲପୁରୀ ଶାଢ଼ୀ ଓ ବସ୍ତ୍ରବୟନ ସହିତ ଜଡିତ ଅନେକ କଳାକାର ରହିଛନ୍ତି ।

ଲୋକନୃତ୍ୟ :

ରେଢ଼ାଖୋଲ ର ଲୋକନୃତ୍ୟ ମଧ୍ୟରେ ଦଣ୍ଡନାଚ, କରମା, ପାଲା, ସଙ୍କୀର୍ତ୍ତନ ପ୍ରଭୁତି ଦଣ୍ଡନାଚ: ବୈଶାଖ ମାସ ମହାବିଷୁବ ପଣା ସଂକ୍ରାନ୍ତିର ୨୧ କିମ୍ବା ୧୩ ଦିନ ପୂର୍ବରୁ ଆରମ୍ଭ ହୁଏ । ଦଣ୍ଡନାଚରେ ୧୩ ସଂଖ୍ୟାଟି ଶୁଭ ବୋଲି ତେର ଜଣ ଭୋକତା ପ୍ରଥମେ ଦଣ୍ଡ ଉଠାନ୍ତି ।

କରମା ନାଚ :

ଭାଦ୍ରବ ମାସରେ କରମା ପର୍ବ ପାଳନ କରାଯାଏ ଆଦିବାସୀ ମାନେ କର୍ମା ପୂଜାକୁ ଜାତୀୟ ପର୍ବ ରୂପେ ପାଳନ କରନ୍ତି । କରମସାନି ଦେବୀଙ୍କୁ ଉପାସନା କରାଯାଏ ସଙ୍କୀର୍ତ୍ତନ ଓ ପାଲା: ରେଢ଼ାଖୋଲ ପ୍ରତ୍ୟେକ ଗ୍ରାମରେ ଫଗୁଣ ଠାରୁ ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ସଙ୍କୀର୍ତ୍ତନ କରାଯାଏ ଓ ବିଭିନ୍ନ କାର୍ଯ୍ୟକ୍ରମ ରେ ପାଲା ପରିବେଷଣ ହୋଇଥାଏ ।

ମନ୍ଦିର ଓ ଅନ୍ୟାନ୍ୟ ପୀଠ

ଖୋଲଗଡ :

ନୀଳକଣ୍ଠେଶ୍ୱର ଶିବ ପ୍ରସିଦ୍ଧ ମନ୍ଦିର ଓ ମାଁ ବିନ୍ଧ୍ୟବାସିନୀ ଦେବୀଙ୍କ ମନ୍ଦିର ।

ଖୁବେଲ :

କପିଳେଶ୍ୱର ଶିବ ଓ ମାତା ଦକ୍ଷିଣ କାଳୀ ବା ପାଟ ମାହେଶ୍ୱରୀ ଦମକୁରୁଡୁ ଗଛ ମୂଳରେ ପୂଜା ପାଆନ୍ତି ବହୁ ପୁରାତନ କାଳରୁ। ଏଠାରେ ଶିବରାତ୍ରି ଓ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଚନ୍ଦ୍ରଶେଖର ଶିବ ମନ୍ଦିର: ରାଜା ଚନ୍ଦ୍ରଶେଖର ଜେନାମଣି ପ୍ରଥମେ ଚନ୍ଦ୍ରଶେଖର ଶିବଙ୍କୁ ପ୍ରତିଷ୍ଠା କରିଥିଲେ ବାମ ପାର୍ଶ୍ୱରେ ବିନ୍ଧ୍ୟବାସିନୀ ଦୁର୍ଗାଙ୍କର ମନ୍ଦିର ବିଦ୍ୟମାନ । ଶିବରାତ୍ରି ଓ ମେରୁ(ଦଣ୍ଡଯାତ୍ରା) ପାଳିତ ହୁଏ ।

ବୁରୁଡ଼ା ମାହେଶ୍ୱରୀ ମନ୍ଦିର :

ପ୍ରତ୍ୟକ୍ଷ ଦେବୀ ବୁରୁଡା ପୁରୁଣା ବରଗଛ ମୂଳେ ଗୁଡ଼ିଘରେ ପୂଜା ପାଆନ୍ତି ଦଶହରା ସମୟରେ ଶୋହଳ ପୂଜା କରାଯାଏ ଓ ମଇଁଷି ବଳି ଦିଆଯାଏ ।ଜଗନ୍ନାଥ ମନ୍ଦିର: ଏହି ମନ୍ଦିର ରେଢାଖୋଲ ରାଜା ଗୌରଚନ୍ଦ୍ର ଜେନାମଣିଙ୍କ କୀର୍ତ୍ତି । ମନ୍ଦିରର ଉଚ୍ଚତା ୫୬ ଫୁଟ ।

ରାଧାକୃଷ୍ଣ ମନ୍ଦିର :

କୋଲିନ୍ଦର୍ / ରାଜପ୍ରସାଦ ପାଖ ମନ୍ଦିର ।

ରଘୁନାଥ ମନ୍ଦିର :

(ରଥସାହି) ଠାରେ ରାମ ନବମୀ ପାଳନ କରାଯାଏ ।

ସୁହାଣି ଦେବୀ :

ସୁରୁବାଲି ନଦୀ(ନାଳ) କୂଳରେ ବଂଶାଜାଲ୍ ଗ୍ରାମ ନିକଟସ୍ତ ପାହାଡ ଖୋଲରେ ବିଶାଳ ପ୍ରସ୍ତର ଖଣ୍ଡ ଉପରେ ମୂର୍ତ୍ତି ଖୋଦିତ ଏହି ସ୍ତ୍ରୀ ମୂର୍ତ୍ତିକୁ ସୁହାଣି ଦେବୀ ବୋଲି କୁହାଯାଏ ମାଘ ମାସ ରେ ମେଳା ଅନୁଷ୍ଠିତ ହୁଏ ଓ ତାଙ୍କୁ ପୂଜା କରାଯାଏ ।

ପର୍ଯ୍ୟଟନ ସ୍ଥଳି

ରେଢାଖୋଲ ରେ ରଞ୍ଜନା ଓ ଘୋଡ଼ାଡିଆଁ ଠାରେ ପ୍ରତ୍ୟେକ ବର୍ଷ ଅନେକ ଲୋକଙ୍କର ସମାଗମ ହୁଏ ।

• ରେଢ଼ାଖୋଲ ଅଞ୍ଚଳରୁ ଶୁଣିବାକୁ ମିଳେ ଯେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ଦ୍ଵିତୀୟ ପାଣ୍ଡବ ଭୀମଙ୍କର ପାଦଚିହ୍ନ ପଡିଥିବାର କୁହାଯାଏ ।

ରେଢାଖୋଲ ର ପର୍ବପର୍ବାଣୀ

ନୂଆଖାଇ: ରେଢାଖୋଲ ପଞ୍ଚଖଣ୍ଡାର ଭୂଇଁ ରୂପେ ପରିଚିତ । କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ଛାଡ଼ି ଯାଇଥିଲେ ପାଞ୍ଚୋଟି ଖଣ୍ଡା ତାହା ବୀରତ୍ୱର ପ୍ରତୀକ ପଞ୍ଚଖଣ୍ଡା ଦେବତା। ସମ୍ବଲପୁର ଜିଲ୍ଲା ହୋଇଥିଲେ ମଧ୍ୟ ଏଠାରେ ନୂଆଖାଇ ପର୍ବକୁ ଭିନ୍ନ ଭାବରେ ପାଳନ କରାଯାଏ । ପଞ୍ଚଖଣ୍ଡା ପୂଜା ବା ନୂଆଁମୁଣ୍ଡା ପୂଜା ପରେ ରେଢାଖୋଲ ରେ ନୂଆଖାଇ ପର୍ବ ପାଳିତ ହୁଏ ।

ରଥଯାତ୍ରା :- ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟାରେ ରେଢ଼ାଖୋଲରେ ଦୁଇଟି ରଥରେ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ ହୁଏ । ବଡ଼ ରଥରେ – ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା । ସାନ ରଥରେ – ବଡ଼ ଓ ସାନ ଦଧିବାମନ ବିରାଜ କରନ୍ତି।ଏହା ରେଢ଼ାଖୋଲର ଏକ ବିଶିଷ୍ଟ ପର୍ବ ।

ଅନ୍ୟାନ୍ୟ ପର୍ବ :-

ଅକ୍ଷୟତୃତୀୟା– ଏହା ମୁଠି ଅନୁକୂଳ ଉତ୍ସବ ।

• ସମ୍ବଲପୁର ଶୀତଳଷଷ୍ଠୀ ସମୟରେ ରେଢାଖୋଲ ଲୋକମାନେ ଶିବ ପାର୍ବତୀଙ୍କ ବିବାହ ଶୋଭାଯାତ୍ରାରେ ଭାଗ ନେଇଥାନ୍ତି ।

ଦୂତୀ ବାହନ ଓଷା / ଭାଇଜିଉନ୍ତିଆ / କୁମାର ପୂର୍ଣ୍ଣିମା

ଗଜଲକ୍ଷ୍ମୀ ପୂଜା କୁ ପ୍ରତ୍ୟେକ ସାହିରେ ପାଳନ ହୁଏ ।

• ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଫଗୁଖେଳ ବା ଦୋଳ ଯାତ୍ରା ଆୟୋଜିତ ହୁଏ । ଏହିପରି ଭାବେ ବାର ମାସରେ ତେର ପର୍ବ ପାଳିତ ହୁଏ ।

ସନ୍ଥକବି ଭୀମଭୋଇ

ସନ୍ଥକବି ଭୀମଭୋଇ ଓଡ଼ିଆ ସାହିତ୍ୟର ଏକ ଅନର୍ଘ ମଣି । ଓଡ଼ିଆ ଭାଷା ସାହିତ୍ୟକୁ ସନ୍ଥକବିକଙ୍କର ଦାନ ଅତୁଳନୀୟ । ସେ ହେଉଛନ୍ତି ବିଶ୍ଵର ସର୍ବଶ୍ରେଷ୍ଠ ଆଦିବାସୀ କବି । ଭୀମଭୋଇ ସଠିକ୍ କେବେ ଜନ୍ମଗ୍ରହଣ କରିଥିଲେ, ତାଙ୍କର ଜୀବନ କିଭଳି ଥିଲା, ସେ ଜନ୍ମରୁ ଅନ୍ଧ ଥିଲେ କିମ୍ବା ପରେ ହେଲେ, ଏ ସମ୍ପର୍କରେ କୌଣସି ଐତିହାସିକ ତଥ୍ୟ ଉପଲବ୍ଧ ନାହିଁ। ଏ ସମ୍ପର୍କରେ ଇତିହାସ ଅପେକ୍ଷା ଲୋକକଥାକୁ ଅଧିକ ବିଶ୍ୱାସ କରାଯାଏ। ଭୀମଭୋଇ ୧୮୫୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ବୋଲି ବିଭିନ୍ନ ମତ ଆସିଥାଏ ।

ଭୀମଭୋଇଙ୍କ ବାଲ୍ୟ ଜୀବନ ବର୍ତ୍ତମାନର କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଓ କାଙ୍କଣପଡ଼ା ଗ୍ରାମରେ ଅତିବାହିତ ହୋଇଥିଲା । କାଙ୍କଣପଡ଼ା ଗ୍ରାମର ଗୌନ୍ତିଆ ଚୈତନ୍ୟ ପ୍ରଧାନଙ୍କ ଘରେ ହଳିଆ ରହି ୧୨ ରୁ ୧୪ ବର୍ଷ ଗାଈ ଚରାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । କନ୍ଧରା ଗ୍ରାମରେ ଗାଈ ଚରାଇ ସ୍ନାନ କରିବା ପାଇଁ ଯାଉଥିବା ସମୟରେ ଅର୍ଦ୍ଧନିର୍ମିତ କୂଅରେ ପଡ଼ି ଅନ୍ଧ ହୋଇଥିଲେ ଏବଂ ଅଲେଖ ସ୍ବାମୀ ତାଙ୍କୁ ତିନିଦିନ ପରେ ଉଦ୍ଧାର କରି ଦିବ୍ୟଜ୍ଞାନ ପ୍ରଦାନ କଲେ ଓ ମହିମା ଧର୍ମର ଉପଦେଶ ଦେଇଥିଲେ। ଗୋବିନ୍ଦ ଦାସଙ୍କ ଠାରୁ ଦୀକ୍ଷା ଗ୍ରହଣ କରିଥଲେ ଭୀମଭୋଇ।

ଭୀମଭୋଇଙ୍କ ପ୍ରଥମ ରଚନା : “ଧ୍ୟାୟି ଗୁରୁ ପୟରକୁ ବନ୍ଦେ ଅଲେଖ ସ୍ୱାମୀକୁ ବନ୍ଦନା ପାଦ ପଦ୍ମକୁ”କବିଙ୍କର ପ୍ରଥମ ସୃଷ୍ଟି – ‘ଆଦି ଅନ୍ତ ଗୀତା’ ଓ ‘ନିର୍ବେଦ ସାଧନ’ଅନ୍ୟାନ୍ୟ – ବ୍ରହ୍ମ ନିରୂପଣ ଗୀତା, ସ୍ତୁତି ଚିନ୍ତାମଣି, ଭଜନାବଳୀ ଇତ୍ୟାଦି ମହିମା ସ୍ବାମୀଙ୍କ କୃପାରୁ ସେ ବହୁତ ଭଜନ ଓ ଜଣାଣ ଗୁଡ଼ିକ ଲେଖିଯାଇଛନ୍ତି। ସେ ନିଜେ ଭଜନ ଗାଇଥାନ୍ତି ଓ ଶିଷ୍ୟମାନେ ଖଞ୍ଜଣି ବଜାଇ ପାଳି ଧରନ୍ତି ।ଭୀମଭୋଇ ଏକ ବିଶିଷ୍ଟ ଗୁଣର ଅଧିକାରୀ ଥିଲେ ସେ ଏକାବେଳେ 4 ଜଣ ଲେଖକଙ୍କୁ 4 ଟି ଭଜନ ଡାକନ୍ତି ।

୧୮୬୬ ଖ୍ରୀଷ୍ଟାବ୍ଦ ବେଳକୁ ଭୀମ ଭୋଇଙ୍କ ଦ୍ଵାରା ମହିମା ଧର୍ମର ପ୍ରଚାର ପ୍ରସାର କରାଯାଇଥିଲା ମହିମା ଧର୍ମର ଅର୍ଥ – ଶୂନ୍ୟବ୍ରହ୍ମ (ଅର୍ଥାତ୍ ଶୂନ୍ୟ ଠାକୁରଙ୍କୁ ଉପାସନା କରିବା)ସେ ଗାଁ ଗାଁ ବୁଲି ମହିମା ଧର୍ମକୁ । ଜାତି – ଧର୍ମ – ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଧର୍ମକୁ ଗ୍ରହଣ କରିପାରିବେ ପ୍ରଚାର କରିଥିଲେ । ଏଥିପାଇଁ ରେଢ଼ାଖୋଲ ରାଜା ତାଙ୍କୁ ୬ ମାସ କାରାଗାରରେ ବନ୍ଦୀ କରି ରଖିଥିଲେ । ବେଳକୁ ଭୀମଭୋଇ ରେଢ଼ାଖୋଲ ତ୍ୟାଗ କରି ସୋନପୁର ଜିଲ୍ଲାର ବିନିକା ଓ ଖଲିଆପାଲି ଠାରେ ଆଶ୍ରମ ପ୍ରତିଷ୍ଠା କରିଥିଲେ। ସୋନପୁର ରାଜା ଭୀମଭୋଇଙ୍କ କବିତ୍ଵ ଗୁଣରେ ମୁଗ୍ଧ ହୋଇ ସେଠାରେ ଆଶ୍ରମ ପାଇଁ ଭୂମିଦାନ କରିଥିଲେ ।

Share it on Socialmedia

Leave a Reply

Your email address will not be published. Required fields are marked *